Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମ୍ୟାଚ୍‌କୁ ଜିତି ମୁମ୍ବାଇର କ୍ଵାଲିଫାୟର-୨ରେ ପଞ୍ଜାବ ସହ ମୁକାବିଲା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ମ୍ୟାଚ୍‌କୁ ଜିତି ମୁମ୍ବାଇର କ୍ଵାଲିଫାୟର-୨ରେ ପଞ୍ଜାବ ସହ ମୁକାବିଲା

utkala khabar
Last updated: May 31, 2025 11:19 am
utkala khabar
Published May 31, 2025
Share
SHARE

ଆଇପିଏଲ ୩୧ /୫ :  ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ। ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ବୋଲିଂ ବଳରେ ମୁମ୍ବାଇ ଏଲିମିନେଟର ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ୨୦ ରନରେ ହରାଇଛି। ବିଜୟ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ଦଳ ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍‌କୁ ଉନ୍ନୀତ ହୋଇଛି। ଏବେ ଦ୍ଵିତୀୟ କ୍ଵାଲିଫାୟର ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ।

ଅନ୍ୟପଟେ ପରାଜୟ ସହ ଗୁଜରାଟ ଟାଇଟନ୍ସର ଆଇପିଏଲ୍ ୨୦୨୫ରେ ଅଭିଯାନ ସମାପ୍ତ ହୋଇଛି। ସାଇ ସୁଦର୍ଶନଙ୍କ ୮୦ ରନର ମାରାଥନ ଇନିଂସ ବୃଥା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ରୋହିତ ଶର୍ମାଙ୍କ ବିସ୍ଫୋରକ ୮୧ ରନ ଓ ଜୋନି ବେୟାରଷ୍ଟୋଙ୍କ ୪୭ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୨୮ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଗୁଜରାଟ ୬ ଓ୍ଵିକେଟ୍ ହରାଇ ୨୦୮ ରନ କରି ପାରିଛି। ସୁଦର୍ଶନଙ୍କ ବ୍ୟତୀତ ଓ୍ଵାଶିଂଟନ ସୁନ୍ଦର ୪୮ ରନ କରିଥିଲେ। ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୪ ଓଭରରେ ୨୭ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

୨୨୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟକୁ ପ୍ରଥମ ଓଭରରୁ ହିଁ ବଡ଼ ଝଟକା ଲାଗିଥିଲା। ଇନଫର୍ମ ବ୍ୟାଟର ଅଧିନାୟକ ଶୁଭମନ ଗିଲ୍ ୧ ରନ କରି ଆଉଟ୍ ହୋଇଥିଲେ। ତେବେ ସାଇ ସୁଦର୍ଶନ ଓ କୁଶଲ ମେଣ୍ଡିସ ଦମଦାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୪ ରନ ଯୋଡ଼ିଥିଲେ।

୬୭ ରନ ସ୍କୋରରେ କୁଶଲ ମେଣ୍ଡିସ ୨୦ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ସାଇ ସୁଦର୍ଶନ ଚଳିତ ସିଜିନରେ ନିଜର ଚମତ୍କାର ଫର୍ମ ବଜାୟ ରଖି ଆଉ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ଓ ଓ୍ଵାଶିଂଟନ ସୁନ୍ଦର ଦ୍ରୁତ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍‌ରେ ୮୪ ରନ ଯୋଡ଼ି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଓ୍ଵାଶିଂଟନ ସୁନ୍ଦର ବିସ୍ଫୋରକ ବ୍ୟାଟିଂ କରି ୨୪ ବଲରୁ ୫ ଚୌକା ଓ ୩ ଛକା ସହ ୪୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ତେବେ ସାଇ ସୁଦର୍ଶନ ଆଉଟ୍ ହେବା ଗୁଜରାଟକୁ ବଡ଼ ଝଟକା ଲାଗିଥିଲା। ସୁଦର୍ଶନ ୪୯ ବଲରୁ ୧୦ ଚୌକା ଓ ୧ ଛକା ସହ ୮୦ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

You Might Also Like

ସ୍ପେନ ରାଜକୁମାରୀଙ୍କ ଭାଙ୍ଗିଲା ମନ, ପ୍ରେମରେ ହେଲେ ବିଫଳ

ଖୋଲୁଛି ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗୁମର, ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଥିଲା ଘନିଷ୍ଠ ସମ୍ପର୍କ

ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ

ସୁନା ଦର ବଢ଼ିବା ପଛରେ ଟ୍ରମ୍ପ୍‌ଙ୍କ ହାତ, ପ୍ରଥମେ ମହଙ୍ଗା ପରେ ଶସ୍ତା

TAGGED:#mumbai indians#Punjab Kings#UTKALA KHABARIndian Premier League 2025Sports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?