Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଘଟିଲା ଅନ୍ତ, ଟ୍ରଫି ଜିତିଲା ଆରସିବି ‘ଇ ସାଲା କପ୍ ନାମଡୁ’
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଘଟିଲା ଅନ୍ତ, ଟ୍ରଫି ଜିତିଲା ଆରସିବି ‘ଇ ସାଲା କପ୍ ନାମଡୁ’

utkala khabar
Last updated: June 4, 2025 5:38 pm
utkala khabar
Published June 4, 2025
Share
SHARE

ଅହମ୍ମଦାବାଦ ୪/୬ : ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଘଟିଲା ଅନ୍ତ। ଶେଷରେ ଆଇପିଏଲ୍ ଟ୍ରଫି ଜିତିବାରେ ସଫଳ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଚତୁର୍ଥ ଥର ଫାଇନାଲ୍‌ରେ ବିଜୟ ମୁକୁଟ ପିନ୍ଧି ପାରିଛି ରଜତ ପାଟିଦାରଙ୍କ ଆରସିବି। ଏଥିସହ ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ମିଳିଛି ନୂଆ ବିଜେତା। ଅନ୍ୟପଟେ ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ ପଞ୍ଜାବ କିଙ୍ଗ୍ସର ପ୍ରଥମ ଟାଇଟଲ୍  ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୯ ଓ୍ଵିକେଟ୍ ହରାଇ ୧୯୦ ରନ କରିଥିଲା। ଜବାବରେ ପଞ୍ଜାବ ୭ ଓ୍ଵିକେଟ୍ ହରାଇ ୧୮୪ ରନ କରି ପାରିଛି। ଆରସିବି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି କୃଣାଲ ପାଣ୍ଡ୍ୟା। ସେ ୪ ଓଭର ବୋଲିଂ କରି ମାତ୍ର ୧୭ ରନ ଦେଇ ୨ଟି ମୁଖ୍ୟ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଆରସିବି ୨୦୦୯, ୨୦୧୧ ଓ ୨୦୧୬ରେ ଫାଇନାଲ୍‌ରେ ପହଞ୍ଚି ନିରାଶ ହୋଇଥିଲା। ହେଲେ ଏଥର ମିଳିଥିବା ସୁଯୋଗକୁ ହାତଛଡ଼ା କରିନି ଆରସିବି।

୧୯୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବକୁ ପ୍ରଭସିମରନ ଓ  ପ୍ରିୟାଂଶ ଆର୍ଯ୍ୟ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ଓପନିଂରେ ୪୩ ରନ ଯୋଡ଼ିଥିଲେ। ପ୍ରିୟାଂଶ ୨୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ କ୍ରିଜରେ ସେଟ୍ ହୋଇ ସାରିଥିବା ପ୍ରଭସିମରନ ସିଂ ୨୨ ବଲୁ ୨୬ ରନର ଧିମା ଇନିଂସ ଖେଳି ଆଉଟ୍ ହୋଇଥିଲେ। ତେବେ ଶ୍ରେୟସ ଆୟର ୧ ରନ କରି ଆଉଟ୍ ହେବା ପଞ୍ଜାବ କିଙ୍ଗ୍ସର ବିଜୟ ଆଶାକୁ ବଡ଼ ଧକ୍କା ଦେଇଥିଲା। ଜୋଶ ଇଙ୍ଗ୍ଲିଶ ବିସ୍ଫୋରକ ବ୍ୟାଟିଂ କରି ୩୯ ରନ କରିଥିଲେ। ହେଲେ ସଠିକ ସମୟରେ ଆଉଟ୍ ହେବା ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା।

ମାର୍କସ ଷ୍ଟୋଇନିସ(୬) କିଛି ଖାସ୍ କରି ପାରି ନ ଥିଲେ। ଶେଷ ଆଡ଼କୁ ଶଶାଙ୍କ ସିଂ ଏକାକୀ ସଂଘର୍ଷ କରିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା। ଶଶାଙ୍କ  ୩୦ ବଲରୁ ୩ ଚୌକା ଓ ୬ ଛକା ସହ ୬୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଶେଷରେ ପଞ୍ଜାବ ୭ ଓ୍ଵିକେଟ୍ ହରାଇ ୧୮୪ ରନ କରି ପାରିଥିଲା। ବୋଲିଂରେ କୃଣାଲ ପାଣ୍ଡ୍ୟା ୪ ଓଭର ବୋଲିଂ କରି ୧୭ ରନ ଦେଇ ୨ ପ୍ରମୁଖ ଓ୍ଵିକେଟ୍ ନେଇଥିଲେ। ଭୁବନେଶ୍ଵର କୁମାର ୩୮ ରନ ବ୍ୟୟ କରି ୨ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ୟଶ ଦୟାଲ ଚମତ୍କାର ବୋଲିଂ କରି ୩ ଓଭରରେ ମାତ୍ର ୧୮ ରନ ଦେଇ ଗୋଟିଏ ସଫଳତା ପାଇଥିଲେ।

ପଞ୍ଜାବ କିଙ୍ଗ୍ସ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁକୁ ୧୮ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଫିଲ ସଲ୍ଟ ୯ ବଲରୁ ୧୬ ରନ କରିଥିଲେ। ଏହା ପରେ ମୟଙ୍କ ଅଗ୍ରଓ୍ଵାଲ ୨୪ ରନ କରି ଆଉଟ୍ ହୋଇଥିଲେ। ବିରାଟ କୋହଲି ଓ ରଜତ ପାଟିଦାର ତୃତୀୟ ଓ୍ଵିକେଟ୍ ପାଇଁ ୪୦ ରନ ଯୋଡ଼ିଥିଲେ। ୯୬ ରନ ସ୍କୋରରେ ଅଧିନାୟକ ରଜତ ପାଟିଦାର ୨୬ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। ବିରାଟ କୋହଲି କ୍ରିଜରେ ସେଟ୍ ଥିଲେ ହେଁ ବଡ଼ ସଟ୍ ଖେଳିବାରେ ବିଫଳ ହୋଇଥିଲେ। ସେ  ୩୫ ବଲରୁ ମାତ୍ର ୩ ଚୌକା ସହ ୪୩ ରନ କରିଥିଲେ।

ବେଙ୍ଗାଲୁରୁ ସବୁ ବ୍ୟାଟର ଭଲ ଆରମ୍ଭ କରିଥିଲେ ହେଁ କେହି ଶେଷ ପର୍ଯ୍ୟନ୍ତ ରହି ପାରି ନ ଥିଲେ। ଲିୟମା ଲିଭିଙ୍ଗଷ୍ଟୋନ ୨୫ ରନ ଓ ଜିତେଶ ଶର୍ମା ୧୦ ବଲ୍‌ରୁ ୨୪ ରନର ଦ୍ରୁତ ରନ କରିଥିଲେ। ରୋମାରିଓ ଶେଫାର୍ଡ ୧୭ ରନ କରିଥିଲେ। ତେବେ ଶେଷ ଓଭରରେ ଅର୍ଶଦୀପ ସିଂ ଶାଣିତ ବୋଲିଂ କରି ୩ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ଫଳରେ ବେଙ୍ଗାଲୁରୁ ୨୦୦ ରନ ବି ଛୁଇଁ ପାରି ନ ଥିଲା। ଦଳ ୯ ଓ୍ଵିକେଟ୍ ହରାଇ ୧୯୦ ରନ କରି ପାରିଛି। ବୋଲିଂରେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ୪୦ ରନ ଦେଇ ୩ଟି ଓ୍ଵିକେଟ୍ ଓ କାଇଲ ଜେମିଶନ ୪୮ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର  କରିଛନ୍ତି।

You Might Also Like

କ’ଣ ଆପଣ ଦହି ସହିତ ଲୁଣ ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଗ୍ରୀଷ୍ମଋତୁରେ ଆଖୁରସ କେତେ ସୁରକ୍ଷିତ ଜାଣନ୍ତୁ ?

ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ପହଲଗାମରେ ଥିଲେ ଏହି ଟିଭି କପଲ୍

ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡିବାରୁ ୪ ଜଣଙ୍କ ମୃତ୍ୟୁ

ଭାରତ-ପାକିସ୍ତାନ ବିବାଦ ପରେ ୯୦୦ ପଏଣ୍ଟ୍‌ ଖସିଲା ସେନ୍‌ସେକ୍ସ

TAGGED:#ipl match#Punjab Kings#royal challengers bengaluru#UTKALA KHABARFinal MatchIndian Premier League 2025Sports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?