Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ରାଜ୍ୟରେ ଆଜିଠୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ଜେପି ନଡ୍ଡା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ରାଜ୍ୟରେ ଆଜିଠୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ଜେପି ନଡ୍ଡା

utkala khabar
Last updated: April 11, 2025 3:52 pm
utkala khabar
Published April 11, 2025
Share
SHARE

କଟକ ୧୧/୦୪ :ଆଜିଠୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା ।  କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଯୋଗଦେଇ ଏହି ଯୋଜନାର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଉପସ୍ଥିତ ରହିବେ ।୩୪ତମ ରାଜ୍ୟ ଭାବେ ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ। ରାଜ୍ୟରେ ବର୍ତ୍ତମାନର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ସମନ୍ୱୟ ରଖି ଏବିପିଏମ୍-ଜେଏୱାଇ କାର୍ଯ୍ୟକାରୀ କରାଯିବ । ଜାନୁଆରୀ ୧୩ରେ ଦିଲ୍ଲୀରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସି ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଥିଲା । ଏହି ଯୋଜନାରେ ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ମହିଳାଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ବ୍ୟବସ୍ଥା ରହିଛି। ଏଥିରେ ରାଜ୍ୟର ଏକ କୋଟିରୁ ଅଧିକ ପରିବାରର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ।

କେଉଁ ଦିନ କେଉଁ କାର୍ଯ୍ୟକ୍ରମ :

ସେହିପରି କଟକସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ ଅଫ୍ ପେଡିଆଟ୍ରିକ୍‌ର ନୂତନ ଭବନର ଉଦ୍‌ଘାଟନ କରିବେ। ଏହାପରେ ଭୁବନେଶ୍ୱରସ୍ଥିତ ସିପେଟ୍ ଓ ଏମ୍‌ସ ମେଡିକାଲ କଲେଜ ଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ଓଡ଼ିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ।

ସେହିପରି ଶୁକ୍ରବାର ସଂଧ୍ୟାରୁ ରବିବାର ସଂଧ୍ୟା ପର୍ଯ୍ୟନ୍ତ ପୁରୀରେ ସାଂସଦ ଓ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ନଡ୍ଡା ଏହି କାର୍ଯ୍ୟକ୍ରମକୁ ଶନିବାର ସକାଳେ ବିଧିବଦ୍ଧ ଉଦ୍‌ଘାଟନ କରିବେ । ହେଲେ ଶୁକ୍ରବାର ଏଥି‌େର ଯୋଗଦେବା ସହ ସେଠାରେ ରାତ୍ରିଯାପନ କରିବେ । ଏହି ଶିବିରରେ ସାଙ୍ଗଠନିକ, ପ୍ରାଶାସନିକ, ବିଚାରଧାରା ଓ କ୍ରିୟାନ୍ୱୟନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ମନମୋହନ ସାମଲ କହିଛନ୍ତି ।

କାର୍ଯ୍ୟକ୍ରମ ପାଇଁ ସୁରକ୍ଷା କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଦିନ ୧୧.୩୦ ରୁ ୪.୩୦ ପର୍ଯ୍ୟନ୍ତ ଯୋବ୍ରା ବ୍ୟାରେଜରୁ ବେଲ-ଭିୟୁ ଛକ ମଧ୍ୟରେ ଟ୍ରାଫିକ କଟକଣା ରହିବ ବୋଲି କହିଛନ୍ତି କଟକ ଡିସିପି ।

You Might Also Like

ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର କଲା ପୋଲିସ

ରାଜଧାନୀରେ ବାଜିଲା ସାଇରନ, ଅପରାହ୍ନ ୪ଟାରୁ ୪ଟା ୩୦ ଯାଏ ମକଡ୍ରିଲ

ମେ ୧୨ରୁ କାର୍ଯ୍ୟକ୍ଷମ ହେବ ନୂଆ ଭୁବନେଶ୍ୱର ଷ୍ଟେସନ

ମିଆଁମାର ଭୂମିକମ୍ପ ; ମୃତ୍ୟୁସଂଖ୍ୟା ୨୭୦୦ ପାର, ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ

କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଚଇତି ପର୍ବରେ ମା’ ତାରିଣୀଙ୍କୁ କରିବେ ଦର୍ଶନ

TAGGED:#ayushman yojana#jp nadda#odisha#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?