Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଏପ୍ରିଲରୁ ଜୁନ୍ ଯାଏଁ ଅଗ୍ନିବର୍ଷା; ଏବେ ଆଶ୍ଵସ୍ତି ଆଣିବ କାଳବୈଶାଖୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଏପ୍ରିଲରୁ ଜୁନ୍ ଯାଏଁ ଅଗ୍ନିବର୍ଷା; ଏବେ ଆଶ୍ଵସ୍ତି ଆଣିବ କାଳବୈଶାଖୀ

utkala khabar
Last updated: April 9, 2025 4:07 pm
utkala khabar
Published April 1, 2025
Share
SHARE

ଓଡ଼ିଶା ୦୧ /୦୩ :ଏପ୍ରିଲରୁ ଜୁନ୍‌ ବର୍ଷିବ ନିଆଁ । ବେଶି  ଛଟପଟ କରାଇବ ଏପ୍ରିଲ ତାତି ।  ସ୍ୱାଭାବିକଠାରୁ ଅଧିକ ଲମ୍ବିବ ଗ୍ରୀଷ୍ମ ପ୍ରବାହ  ଦିନ ସଂଖ୍ୟା । ବର୍ଷା ସମ୍ଭାବନା ବି କମ୍‌ । ଏମିତି  ପୂର୍ବାନୁମାନ ଚିତ୍ର ଦେଖାଇଛି ଭାରତୀୟ  ପାଣିପାଗ ବିଭାଗ । ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ତାଜା ଆକଳନ ହେଲା,  କାଳବୈଶାଖୀ ବର୍ଷା ସମ୍ଭାବନା ଥିବାରୁ  ଏବେ ରାଜ୍ୟରେ ଗରମ ପ୍ରକୋପ କମ୍‌ ରହିବ । ମାତ୍ର ୮ ତାରିଖରୁ ହୁ  ହୁ ହୋଇ ବଢ଼ିବ ତାପମାତ୍ରା । ତାତି  ଏତେ ବଢ଼ିବ ଯେ ଆସନ୍ତା ୯/୧୦  ତାରିଖବେଳକୁ ପାରଦ ୪୪-୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ ।

 

ଆଇଏମ୍‌ଡି ମହାନିର୍ଦ୍ଦେଶକ ଡା.  ମୃତ୍ୟୁଞ୍ଜୟ ମହାପାତ୍ର ସୋମବାର  ଏପ୍ରିଲରୁ ଜୁନ୍‌ ମାସ ଯାଏଁ ଗ୍ରୀଷ୍ମ  ଅବଧିର ପୂର୍ବାନୁମାନ ଜାରି କରିଛନ୍ତି । ଏହି ଆକଳନରୁ ଜଣାପଡ଼ିଛି, ଏପ୍ରିଲ,  ମେ’ ଓ ଜୁନ୍‌ ମାସରେ ଦେଶର  ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା  ସ୍ୱାଭାବିକଠାରୁ ଅଧିକ ରହିପାରେ ।  ଏ ବର୍ଷ ବି ଓଡ଼ିଶାରେ ସ୍ୱାଭିବାକଠାରୁ  ଅଧିକ ଗରମ ରହିବ । ଏପ୍ରିଲ ମାସରେ  ସାଂଘାତିକ ତାତି ପ୍ରକୋପ ଛଟପଟ  କରିବ ଓଡ଼ିଶାକୁ ।

ଏପ୍ରିଲ ମାସର ସମ୍ଭାବ୍ୟ ତାତି  ପ୍ରକୋପ ନେଇ ପୂରା ଓଡ଼ିଶାକୁ ଲାଲ୍‌  ଚିତ୍ରରେ ଚିହ୍ନଟ କରିଛି ଆଇଏମ୍‌ଡି ।  ଦିନ ତାପମାତ୍ରା ଅସହ୍ୟ ହେବ ଉପକୂଳ,  ଦକ୍ଷିଣ, ଉତ୍ତର, ଆଭ୍ୟନ୍ତରୀଣ ଏବଂ  ପଶ୍ଚିମ ଓଡ଼ିଶାରେ । ରାତିରେ ମଧ୍ୟ ନିସ୍ତାର  ମିଳିବନି ଗରମରୁ । ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଏପ୍ରିଲରେ  ସାଧାରଣତଃ ୩ ଦିନ ଗ୍ରୀଷ୍ମ ପ୍ରବାହ (ହିଟ୍‌  ୱେଭ୍‌) ରହିବା କଥା । ମାତ୍ର ଏ ବର୍ଷ  ହିଟ୍‌ ୱେଭ୍‌ ଦିନ ସଂଖ୍ୟା ସ୍ୱାଭାବିକଠାରୁ  ୪ରୁ ୫ ଦିନ ଅଧିକ ରହିପାରେ ।  ଅର୍ଥାତ୍‌ ଏପ୍ରିଲରେ ହିଟ୍‌ ୱେଭ୍‌ ଦିନ  ସଂଖ୍ୟା ୭/୮ ଦିନ ରହିପାରେ ।

 

ଚିନ୍ତାର ବିଷୟ ହେଲା, ଏପ୍ରିଲରେ  ବର୍ଷା ବି କମ୍‌ ରହିବ । କେବଳ ଉପକୂଳ ଓଡ଼ିଶା ସମୁଦ୍ର ସଂଲଗ୍ନ କିଛି  ଅଞ୍ଚଳରେ କାଳବୈଶାଖୀ ବର୍ଷା ଅଧିକ ହୋଇପାରେ ।  ହେଲେ ବାକି ସବୁଠି ବର୍ଷା କମ୍‌ ରହିବ । ଏପ୍ରିଲରୁ  ଜୁନ୍‌ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ସ୍ୱାଭାବିକଠାରୁ  ଅଧିକ ରହିବ । ଏହି ୪ ମାସରେ ଯେତିକି ଗ୍ରୀଷ୍ମ ପ୍ରବାହ  ଦିନ ଅନୁଭୂତ ହୋଇଥାଏ, ଏଥର ତା’ଠାରୁ ଅଧିକ  ରହିବା ଆଶଙ୍କା ଅଛି । ୨୦୨୩ ଓ ୨୦୨୪ରେ ଏପ୍ରିଲ  ମାସରେ ତାତି ରେକର୍ଡ ଭାଙ୍ଗିଥିଲା ଓଡ଼ିଶା ।

 

ମେ’ରେ ଗରମ ରହିଲେ ମଧ୍ୟ  କାଳବୈଶାଖୀ ଅଧିକ ରହିବ । ତେବେ ଚଳିତ  ମାସରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି । ଡକ୍ଟର ସାହୁ କହିଛନ୍ତି, ଏପ୍ରିଲ ୪ ଯାଏଁ ବିଭିନ୍ନ  ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ଆସନ୍ତା ୫  ତାରିଖରୁ ବର୍ଷା କମିଯିବ । ୮ରୁ ତାପମାତ୍ରା ଦ୍ରୁତଗତିରେ  ବଢ଼ିବ । ୯/୧୦ ତାରିଖବେଳକୁ ନିଆଁ ବର୍ଷୁଥିବ ।  ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪-୪୫  ଡିଗ୍ରୀ ସେଲସିୟସ୍‌ ପହଞ୍ଚିପାରେ । ଉପକୂଳ ଓଡ଼ିଶାର  ଭୁବନେଶ୍ୱର, ଚାନ୍ଦବାଲି ଓ କଟକରେ ସର୍ବାଧିକ ତାତି  ଅନୁଭୂତ ହୋଇପାରେ । ୯ ତାରିଖବେଳକୁ ଉପକୂଳରେ  ବି ପାରଦ ୪୦ ଛୁଇଁପାରେ । ୧୧ ତାରିଖବେଳକୁ  ଉପକୂଳରେ ତାତି ଆହୁରି ବଢ଼ିବା ଆଶଙ୍କା ଅଛି ।

 

ଭାରତୀୟ ପାଣିପାଗ ବିଭାଗ କହିଛି, ଆସନ୍ତା  ସପ୍ତାହ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଅଛି ।  ମଙ୍ଗଳବାର ୧ ତାରିଖରୁ ୬ ତାରିଖ ଯାଏ ଘଡ଼ଘଡ଼ି  ସହିତ ବର୍ଷା ହୋଇପାରେ । ସୋମବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା  ୪୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିଲା ।  ସମ୍ବଲପୁରରେ ୪୦.୬ ଡିଗ୍ରୀ, ହୀରାକୁଦରେ ୩୯.୯,  ରାଉରକେଲାରେ ୩୮.୬ ଓ ଭୁବନେଶ୍ୱରରେ  ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଛି ।

 

You Might Also Like

ଚମ୍ପୁଆ ବ୍ଲକରେ ୨୬୮ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ବଢ଼ିଲା ଭତ୍ତା , ଜୁନରୁ ମାସିକ ପାଇବେ ୩୫୦୦ ଟଙ୍କା

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ଜଳୁଛି ସହର ବଢୁଛି ତାତି

ଆଜି ପ୍ରକାଶ ପାଇବ ସିବିଏସଇ ୧୦ମ ଏବଂ ଦ୍ଵାଦଶ ରେଜଲ୍ଟ

TAGGED:#kalbaisakhi#odisha#utkal khabar#weather
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?