Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୧୯ ଯାଏଁ ରହିବ କାଳବୈଶାଖୀର ପ୍ରଭାବ, ଘଡ଼ଘଡ଼ି ସହ ବର୍ଷା ନେଇ ଆଲର୍ଟ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

୧୯ ଯାଏଁ ରହିବ କାଳବୈଶାଖୀର ପ୍ରଭାବ, ଘଡ଼ଘଡ଼ି ସହ ବର୍ଷା ନେଇ ଆଲର୍ଟ

utkala khabar
Last updated: April 15, 2025 11:35 am
utkala khabar
Published April 15, 2025
Share
SHARE

ଭୁବନେଶ୍ୱର ୧୫/୦୪ : ମଙ୍ଗଳବାର ଓ ବୁଧବାର ରାଜ୍ୟର କିଛି ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଏହି ପୂର୍ବାନୁମାନ କରିଛି। ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ଢେଙ୍କାନାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ମଧ୍ୟ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ତେବେ ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୫୦ରୁ ୬୦କିମି ବେଗରେ ପବନ ବହିପାରେ । ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୪୦ରୁ ୫୦କିମି ବେଗରେ ପବନ ବହିପାରେ ।

୧୭ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ାରେ ମଧ୍ୟ ବର୍ଷା ସମ୍ଭାବନା ଅଛି । ଆସନ୍ତା ୧୯ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ । ଏହାପରେ ତାତି କ୍ରମଶଃ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

You Might Also Like

ଜାଣନ୍ତୁ ଆଜିର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ

ଆଜି ହେଉଛି ପବିତ୍ର ସୀତାନବମୀ

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ରିଚେକିଂ ଆବେଦନ

ଜମ୍ମୁ-କାଶ୍ମୀର ପହଲଗାମର ଆକ୍ରମଣକୁ ନିନ୍ଦା କଲେ ମାହିରା ଖାନ୍

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

TAGGED:#kalabaisakhi#odisha#odisha news#UTKALA KHABARRain allert
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?