Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସାମନ୍ଥା ଓ ରାଜ ନିଦିମୋରୁ ଦୁହେଁ ଏକାଠି ମିଶି କରୁଛନ୍ତି ଡେଟିଂ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ସାମନ୍ଥା ଓ ରାଜ ନିଦିମୋରୁ ଦୁହେଁ ଏକାଠି ମିଶି କରୁଛନ୍ତି ଡେଟିଂ

utkala khabar
Last updated: May 16, 2025 11:57 am
utkala khabar
Published May 16, 2025
Share
SHARE

ଦକ୍ଷିଣ ଭାରତୀୟ ୧୬/୫ : ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଖୁବ ସୁନ୍ଦର ଅଭିନେତ୍ରୀ  ସାମନ୍ଥା ରୁଥ୍ ପ୍ରଭୁ ଏବଂ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ମଧ୍ୟରେ ଡେଟିଂ ଗୁଜବ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି।  ଏବେ ଶୁଣାଯାଉଛି କି ଦୁହେଁ ଏକାଠି ଡେଟିଂ କରିବାରେ ବ୍ୟସ୍ତ ଅଛନ୍ତି । ଦୁଇ ଜଣ ଏକାଠି ଘର କରିବାକୁ ଯାଉଛନ୍ତି, ଯାହା ସେମାନଙ୍କ ସମ୍ପର୍କକୁ ଆହୁରି ଗଭୀର କରିଛି ବୋଲି ଜଣାପଡୁଛି। ମିଳିଥିବା ସୂଚନା ଅନୁଯାୟୀ ସାମନ୍ଥା ଓ ରାଜ ନିଦିମୋରୁଙ୍କ ସମ୍ପର୍କର ଗୁଜବ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସାମନ୍ଥା ୨୦୨୫ ଫେବୃଆରୀ ୧ ତାରିଖରେ ଏକ ପିକଲବଲ ଟୁର୍ଣ୍ଣାମେଣ୍ଟରୁ କିଛି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହି ଫଟୋ ମଧ୍ୟରେ ଗୋଟିଏ ଫଟୋରେ ସେ ରାଜଙ୍କ ହାତ ଧରିଥିବା ଦେଖାଯାଇଥିଲା, ଯାହା ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ଚର୍ଚ୍ଚାର କାରଣ ହୋଇଥିଲା।

ସାମନ୍ଥା ଚେନ୍ନାଇ ସୁପର ଚାମ୍ପସ ନାମକ ପିକଲବଲ ଟିମର ମାଲିକ ଅଟନ୍ତି, ଏବଂ ରାଜ ମଧ୍ୟ ଏହି ଇଭେଣ୍ଟରେ ତାଙ୍କ ସହ ଉପସ୍ଥିତ ଥିଲେ। ଏହା ପରେ ମାର୍ଚ୍ଚ ମାସରେ ଏକ ଜନ୍ମଦିନ ପାର୍ଟିରେ ଦୁହେଁ ଏକ, ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ସାମନ୍ଥା ଏକ ସବୁଜ ଡ୍ରେସରେ ଓ ରାଜ ସାଧାରଣ ପୋଷାକରେ ଦେଖାଯାଇଥିଲେ।

ସାମନ୍ଥା ଓ ରାଜ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ସେମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହି ଖବର ସୋସିଆଲ ମିଡିଆରେ ତୀବ୍ର ଚର୍ଚ୍ଚାର ବିଷୟ ହୋଇଛି, ଯେଉଁଠାରେ ପ୍ରଶଂସକମାନେ ଏହି ଜୋଡ଼ିଙ୍କୁ “ସାମରାଜ” ନାମ ଦେଇ ସେମାନଙ୍କ ସମ୍ପର୍କକୁ ସମର୍ଥନ କରୁଛନ୍ତି।

ସାମନ୍ଥା ପୂର୍ବରୁ ୨୦୧୭ରେ ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୨୧ରେ ଉଭୟେ ଅଲଗା ହୋଇଯାଇଥିଲେ। ଏହା ପରେ ସାମନ୍ଥା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଖୋଲାଖୋଲି କଥା କହିବା ବନ୍ଦ କରିଦେଇଛନ୍ତି ଏବଂ ତାଙ୍କ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ରାଜ ନିଦିମୋରୁ ୨୦୧୫ ମସିହାରେ ଶ୍ୟାମଳୀ ଡେଙ୍କୁ ବିବାହ କରିଥିଲେ, ଯିଏ ଜଣେ ସାଇକୋଲୋଜି ଗ୍ରାଜୁଏଟ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସ୍କ୍ରିପ୍ଟ ରାଇଟର ଓ କ୍ରିଏଟିଭ କନସଲଟାଣ୍ଟ ଭାବେ କାମ କରିଛନ୍ତି।

ସାମନ୍ଥା ଓ ରାଜଙ୍କ ଡେଟିଂ ଗୁଜବ ମଧ୍ୟରେ ଶ୍ୟାମଳୀଙ୍କର ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମଧ୍ୟ ଚର୍ଚ୍ଚାରେ ରହିଛି, ଯେଉଁଥିରେ ସେ ଏକ ଶାନ୍ତିପୂର୍ଣ୍ଣ ବାର୍ତ୍ତା ସହ ସମସ୍ତଙ୍କ ପାଇଁ ଆଶୀର୍ବାଦ କାମନା କରିଥିଲେ।

You Might Also Like

ରାଜ୍ୟରେ ଆହୁରି ବଢିବ ତାତି, ୨ରୁ ୪ ଡିଗ୍ରୀ ବଢିପାରେ ପାରଦ

ଜାଣନ୍ତୁ କେମିତି ରହିବ ଆଜିର ଦିନ

ବାଲେଶ୍ଵର ପୋଲିସର ଚେକିଂ ଜୋରଦାର, ୧୦ଟି ସ୍ଥାନରେ ଜୋରଦାର ଚାଲିଛି ଯାଞ୍ଚ

ଭୁବନେଶ୍ୱରରେ ରହୁଛନ୍ତି ଜଣେ ପାକିସ୍ତାନୀ ମହିଳା, ତୁରନ୍ତ ଫେରିଯିବାକୁ କମିଶନରେଟ୍ ପୋଲିସର ନୋଟିସ୍

ମେ ୨ ତାରିଖ ଶୁକ୍ରବାର ଥିବାରୁ କେମିତି କଟିବ ଆଜିର ଦିନ ଜାଣନ୍ତୁ

TAGGED:#entertainment news#UTKALA KHABARDating rumoursPost on instragramRaj NidimoruSamantha Ruth Prabhu
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?