Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ

utkala khabar
Last updated: April 11, 2025 3:44 pm
utkala khabar
Published April 11, 2025
Share
SHARE

କ୍ରିକେଟ ୧୧ /୦୪ : କ୍ରିକେଟ  ପ୍ରେମୀଙ୍କ ପାଇଁ ବଡ ଖୁସି ଖବର । ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ । କ୍ରିକେଟ ଶେଷ ଥର ପାଇଁ ୧୯୦୦ମସିହାରେ ଅଲିମ୍ପିକ୍ସରେ  ସାମିଲ ହୋଇଥିଲା । ଟି-୨୦ କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରିଛି ଅନ୍ତଃରାଷ୍ଟ୍ରୀୟ ଅଲିମ୍ପିକ୍ସ କମିଟି । ୨୦୨୮ ଅଲମ୍ପିକ୍ସକୁ ନେଇ ଏକ ନୂତନ ଅପଡେଟ୍ ଆସିଛି । ଏବେ କେବଳ ଟି-୨୦ ଫର୍ମାଟରେ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବ । ଯେଉଁଟି ଭାଗ ନେବେ ୬ଟି ମହିଳା ଓ ପୁରୁଷ ଦଳ । ଯେଉଁଥିରେ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ପ୍ରତିଯୋଗିତା ହେବ ।

ଏନେଇ ଘୋଷଣା ପରେ ଆମେରିକାର ଲସଏଞ୍ଜଲସରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟର ମଜା ନେଇପାରିବେ କ୍ରୀଡ଼ା ପ୍ରେମୀ । ୨୦୨୮ ଅଲିମ୍ପିକ୍ସକୁ ଆୟୋଜନ କରିବ ଆମେରିକା । ତେଣୁ ଆୟୋଜକ ଦେଶ ଭାବେ ଆମେରିକାକୁ ଅଲିମ୍ପିକ୍ସରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । ଏଥିରେ କେଉଁ କେଉଁ ଦେଶର କ୍ରିକେଟ୍ ଦଳ ଏଠାରେ ଖେଳିବେ ସେନେଇ ଯୋଗ୍ୟତାର ମାନଦଣ୍ଡ ଏବେ ଯାଏ ସ୍ଥିର କରାଯାଇନାହିଁ । ତେବେ ଅନ୍ୟ ୫ଟି ଦଳ ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପକ୍ଷରେ ୨୦୨୮ ଅଲମ୍ପିକ୍ସ କ୍ରିକେଟ ପାଇଁ ଯୋଗ୍ୟତା ପ୍ରକ୍ରିୟା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । କିନ୍ତୁ ସୂଚନାମୁତାବକ ଉଭୟ ପୁରୁଷ ଓ ମହିଳାଙ୍କୁ ନେଇ ୯୦ ଜଣ ଖେଳାଳୀ ଖେଳିବେ । ସମ୍ପୃକ୍ତ ଖେଳାଳୀ ୧୫ ଜଣିଆ ଦଳ ଚୟନ କରିପାରିବେ । ଯଦି ଆମେରିକା ଆୟୋଜକ ଦେଶ ଭାବରେ ସିଧାସଳଖ ପ୍ରବେଶ ପାଏ, ତେବେ ପ୍ରତ୍ୟେକ ବର୍ଗର ଅନ୍ୟ ୫ଟି ଦଳର ଯୋଗ୍ୟତା ମାଧ୍ୟମରେ ସେମାନଙ୍କର ସ୍ଥାନ ନିଶ୍ଚିତ କରିବେ । ୧୯୦୦ ମସିହାରେ ପ୍ୟାରିସରେ ଅନୁଷ୍ଠିତ ଅଲମ୍ପିକ୍ସ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ସେତେବେଳେ କେବଳ ଫ୍ରାନ୍ସ ଏବଂ ଗ୍ରେଟ୍ ବ୍ରିଟେନ କ୍ରିକେଟରେ ଅଂଶଗ୍ରହଣ କରିଥିଲେ । ଏହି ଦୁଇ ଦଳ ମଧ୍ୟରେ ଦୁଇ ଦିନିଆ ମ୍ୟାଚ୍ କେଳାଯାଇଥିଲା । ଯାହାକୁ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚର ମାନ୍ୟତା ମିଳିଛି । କିନ୍ତୁ ଟି-୨୦ ଫର୍ମାଟରେ କ୍ରିକେଟ ଅଲିମ୍ପିକ୍ସଖେଳାଯିବ ।

You Might Also Like

ପ୍ରଶାନ୍ତ ଶତପଥୀଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା

ଲଞ୍ଚ ହେଲା ରୟାଲ ଏନଫିଲ୍ଡ ହଣ୍ଟର 350

ଅଧ କପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କଣ କରିବେ…

ମାସୁଦ ଆଜହରର ପରିବାର ସଫା ! ଏୟାର ଷ୍ଟ୍ରାଇକରେ ୧୦ ନିହତ

ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ

TAGGED:#UTKALA KHABAR128 yearsCricketOlympicsSports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?