Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପଣସର ଦମଦାର ଫାଇଦା, ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ପଣସର ଦମଦାର ଫାଇଦା, ଜାଣନ୍ତୁ

utkala khabar
Last updated: May 3, 2025 5:51 pm
utkala khabar
Published May 3, 2025
Share
SHARE

ଗ୍ରୀଷ୍ମ ଋତୁରେ ପ୍ରତ୍ୟେକ ଜିନିଷ ଖାଇବା ଉଚିତ । ଯାହାଦ୍ୱାରା ଆମ ଶରୀରକୁ ଅନେକ ଭଲ ଫାଇଦା ଦେଇଥାଏ । ସେହିପରି ଗ୍ରୀଷ୍ମ ଋତୁରେ ଅତ୍ୟଧିକ ମାତ୍ରାରେ ପଣସ ମିଳିଥାଏ । ଲୋକମାନେ ସାଧାରଣତଃ ପଣସ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । ଅନେକ ଲୋକ କଞ୍ଚା ପଣସକୁ ତରକାରୀ କରି ଖାଇବାକୁ ଭଲପାଆନ୍ତି ତ ଆଉ କେହି କେହି ପାଚିଲାରେ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ପାଟିକୁ ଯେତିକି ସୁସ୍ୱାଦୁ ଲାଗିଥାଏ ଦେହ ପାଇଁ ମଧ୍ୟ ସେତିକି ଲାଭପ୍ରଦ ହୋଇଥାଏ । ପଣସରେ ପୋଟାସିୟମ ଏବଂ ଫାଇବର ଭଳି ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । ତେଣୁ ଏହାକୁ ଖାଇବା ଆବଶ୍ୟକ ।

ପଣସ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ପାଚନ ଶକ୍ତି ବୃଦ୍ଧି ଏବଂ ହୃଦୟ ସ୍ୱାସ୍ଥ୍ୟର ଯତ୍ନ ନେବାରେ ଉପଯୋଗୀ । ଏହା ବ୍ୟତୀତ ପଣସରେ ମ୍ୟାଗ୍ନେସିୟମ୍‌,ପୋଟାସିୟମ୍‌, ଆଇରନ୍‌,କ୍ୟାଲସିୟମ ଓ ଫଲିକ୍‌ ଏସିଡ୍‌ ପ୍ରଚୁର ମାତ୍ରାରେ ଥିବାରୁ, ଥାଇରଏଡ୍‌ ରୋଗୀଙ୍କ ପାଇଁ ଏହା ବହୁତ ହିତକାରୀ ହୋଇଥାଏ । ତେବେ ପଣସ ଖାଦ୍ୟରେ ସାମିଲ କରିବା ଦ୍ୱାରା କେଉଁ ସବୁ ଫାଇଦା ମିଳିଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

 ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି : ପଣସରେ ଭିଟାମିନ ସି ର ଗୁଣ ଥିବାରୁ ଏହା ଜୀବାଣୁମାନଙ୍କ ସହିତ ଲଢେଇ କରି ଇମ୍ୟୁନିଟି ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ହଜମରେ ସୁଧାର : ପଣସରେ ଫାଇବରର ଗୁଣ ଥିବାରୁ ହଜମ ଠିକ ଭାବେ ହୋଇଥାଏ । ଅନ୍ତନଳୀ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସହାୟକ ହୋଇଥାଏ । ଏହା କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରିଥାଏ ।

ଏନର୍ଜିରେ ବୃଦ୍ଧି : ପଣସରେ ପ୍ରାକୃତିକ ଚିନିର ମାତ୍ରା ଭରପୁର ହୋଇ ରହିଥାଏ । ଯାହାଫଳରେ ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ ।

ହାର୍ଟ ପାଇଁ ଲଭଦାୟୀ : ଏଥିରେ ପୋଟାସିୟମ ରହିଛି, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ହୃଦରୋଗର ଆଶଙ୍କା କମ କରେ।

ହାଡ଼କୁ ମଜବୁତ କରେ : ପଣସରେ ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ଥାଏ, ଯାହା ଆପଣଙ୍କ ହାଡ଼କୁ ମଜବୁତ କରେ ଏବଂ ହାଡ଼ ଜନିତ ସମସ୍ୟାକୁ ଦୂର କରେ ।

ଦୃଷ୍ଟିଶକ୍ତିରେ ବୃଦ୍ଧି : ପଣସରେ ଥିବା ଭିଟାମିନ୍ ଏ ଥିବା କାରଣରୁ  ଆଖି ପାଇଁ ଲାଭପ୍ରଦ ହୋଇଥାଏ । ଏହା ଦୃଷ୍ଟିଶକ୍ତିକୁ ବୃଦ୍ଧି କରିଥାଏ ।  ଆଖି ସମସ୍ୟାକୁ ମଧ୍ୟ ରୋକିଥାଏ ।

ଓଜନରେ  ନିୟନ୍ତ୍ରଣ : ଏଥିରେ ଥିବା ଫାଇବର ଗୁଣ କାରଣରୁ ପେଟ ଫୁଲ ଥିବା  ଅନୁଭବ କରାଏ । ଯାହା ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରିବାରେ ବଡ ଭୂମିକା ନିର୍ବାହ କରେ ।

You Might Also Like

ବିଦେଶୀଙ୍କ ରାସନ କାର୍ଡ କଟାଯିବ, ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

୨୪ରେ ପୁଣି ମିଳିବ ସୁଭଦ୍ରାର ଷଷ୍ଠ ପର୍ଯ୍ୟାୟ ଟଙ୍କା

କେନ୍ଦୁଝରରେ ରୋଗୀସେବା ଓ ଟ୍ରମା କେୟାର ସୁବିଧାକୁ ଉଦଘାଟନ କଲେ ମୋହନ

ଅଧ କପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କଣ କରିବେ…

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

TAGGED:#lifestyle#UTKALA KHABARjack fruits
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?