Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସକାଳେ ଖରା ଅପରାହ୍ନରେ ବର୍ଷା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ସକାଳେ ଖରା ଅପରାହ୍ନରେ ବର୍ଷା

utkala khabar
Last updated: June 5, 2025 12:36 pm
utkala khabar
Published June 5, 2025
Share
SHARE

ରାଜ୍ୟ ୫/୬ : କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନାବାଣୀ । ଆଜି ୧୧ଟି ଉପକୂଳ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ତରଫରୁ । ସେପଟେ ଆଗକୁ ଗ୍ରୀଷ୍ମ ପ୍ରବାହ ସମ୍ଭାବନା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢ଼ିପାରେ ତାପମାତ୍ରା । ଗରମ ଗୁଳୁଗୁଳି ସହିତ ବହିପାରେ ଝାଞ୍ଜି ପବନ । ଜୁନ ୭ ତାରିଖ ପରେ ରାଜ୍ୟର କେତେକ ସ୍ଥାନରେ ୪୨ ଡିଗ୍ରି ଛୁଇଁପାରେ ତାପମାତ୍ରା । ୧୫ ତାରିଖ ପରେ ବଦଳିପାରେ ପାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଏଭଳି କିଛି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ତେବେ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବା ବେଳେ କିଛି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ଦିନରେ ଗରମ ରାତିରେ ବର୍ଷା ଭିତରେ ପୁଣି ବଢିପାରେ ତାପମାତ୍ରା । ଆଗାମୀ ୧୦ରୁ ୧୨ ତାରିଖ ମଧ୍ୟରେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୮ ଡିଗ୍ରିରୁ ବି ଅଧିକ ରହିପାରେ ।

ତେବେ ଖରା ଗରମ ସହିତ ପଶ୍ଚିମା ଝାଞ୍ଜି ପବନ ବହିବା କାରଣରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର ବରଗଡ଼, ସୋନପୁର, ବଲାଙ୍ଗୀର, ଦେବଗଡ଼ ଓ ଅନୁଗୁଳର ତାପମାତ୍ରା ଅଧିକ ରହିବ । ଏହା ସହିତ ଆଭ୍ୟନ୍ତରୀଣ ଓଡିଶା କେନ୍ଦ୍ରପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର ଅଞ୍ଚଳର କିଛି କିଛି ସ୍ଥାନ ମାନଙ୍କରେ ତାପମାତ୍ରା ବୃଦ୍ଧି ପାଇବା ସହିତ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଜୁନ ୧୭ ତାରିଖପରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

You Might Also Like

ଅଁଳାକୁ ଡାଏଟରେ ସାମିଲ କରନ୍ତୁ

ଆମିର ଖାନଙ୍କ ଆଗାମୀ ଫିଲ୍ମ “ସୀତାରେ ଜମିନ୍ ପର” ଜୁନ୍ ୨୦ରେ ରିଲିଜ

ବଡ଼ ଆକ୍ସନ ନେଲା ଭାରତ, ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କଲା

ହାଇ ଆଲର୍ଟରେ ସମ୍ବଲପୁର, ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ

ସୁନା ଦର ବଢ଼ିବା ପଛରେ ଟ୍ରମ୍ପ୍‌ଙ୍କ ହାତ, ପ୍ରଥମେ ମହଙ୍ଗା ପରେ ଶସ୍ତା

TAGGED:#odisha#UTKALA KHABARHeat wavehot windState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?