Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଖରାଦିନରେ ସପେଟାର ଫାଇଦା, ଶରୀର ପାଇଁ ବେଶ୍ ଲାଭଦାୟକ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଖରାଦିନରେ ସପେଟାର ଫାଇଦା, ଶରୀର ପାଇଁ ବେଶ୍ ଲାଭଦାୟକ

utkala khabar
Last updated: April 14, 2025 12:36 pm
utkala khabar
Published April 14, 2025
Share
SHARE

ସପେଟା ୧୪ /୦୪ : ମିଠା ସପେଟାର ଋତୁ ଆସିଗଲାଣି । ଖରାଦିନରେ ବହୁଳମାତ୍ରାରେ ସପେଟା ମିଳିଥାଏ । ଏହା ପାଟିକୁ ଯେତେ ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ଖୁବ ଲାଭକାରୀ ହୋଇଥାଏ । ଖାଲି ସପେଟା ନୁହଁ ଏହାର ଚୋପା ମଧ୍ୟ ଖୁବ ଲାଭକାରୀ । ଏହାର ଚୋପାରେ ଭରପୁର ମାତ୍ରାର ଭିଟାମିନ ଏ, ବି, ସି ଏବଂ ଇ ରହିଥାଏ । ମାର୍କେଟରେ ଆମ୍ବ ସହିତ ସପେଟା ମଧ୍ୟ ଜୋରସୋରରେ ବିକ୍ରି ହେବା ଆରମ୍ଭ ହୋଇଗଲାଣି । କିନ୍ତୁ ଆପଣ ଜାଣନ୍ତି କି ସପେଟାକୁ ପୋଷକ ତତ୍ତ୍ବର ଭଣ୍ଡାର ବୋଲି କୁହାଯାଏ । କାହିଁକି ନା ଏଥିରେ ଭିଟାମିନ, ମିନେରାଲ୍ସ ଏବଂ ଫାଇବର ଭଳି ପୋଷକ ତତ୍ତ୍ବର ଗୁଣ ରହିଥାଏ । ଖରାଦିନ ସପେଟା ଖାଇବା ଶରୀର ପାଇଁ  କେତେ ଲାଭଦାୟକ ତେବେ ଆସନ୍ତୁ ଜାଣିବା ।

ସପେଟାର ଫାଇଦା :

ପାଚନ ଶକ୍ତି : ଖରାଦିନେ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଥାଏ । ଖରାଦିନେ ସପେଟା ଖାଇବା ଦ୍ବାରା ଅନେକ ଲାଭପ୍ରଦ ହୋଇଥାଏ । ସପେଟାରେ ଫାଇବର ଗୁଣ ଥିବାରୁ  ସଠିକ୍ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । କୋଷ୍ଠକାଠିନ୍ୟକୁ ରୋକିଥାଏ ।

ହାଡ ମଜବୁତ : ସପେଟାରୁ କ୍ୟାଲସିୟମ, ଫସଫରସ ଏବଂ ମ୍ୟାଗ୍ନେସିୟମର ମାତ୍ରା ରହିଥାଏ । ଏହା ଖାଇବା ହାଡ ପାଇଁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ଉପଯୁକ୍ତ ପୋଷଣ ପାଇଁ ହାଡକୁ ମଜବୁତ ରଖିଥାଏ । ହାଡ ମଜବୁତ ପାଇଁ ଅନେକ ଜିନିଷ ଖାଇବା ସହିତ ସପେଟାକୁ ମଧ୍ୟ ଆଡ କରିପାରିବେ ।

ସୁସ୍ଥ ଆଖି : ସପେଟାରେ ଭିଟାମିନ ଏ ଥିବାରୁ ଆଖିକୁ ସୁସ୍ଥ ରଖେ । ଏଥିରେ ବିଟା-କ୍ୟାରୋଟିନ ଥାଏ । ଯାହା ଦୃଷ୍ଟି ଶକ୍ତିକୁ ଭଲ ରଖିଥାଏ । ବୟସ ବୃଦ୍ଧି ହେବା ସହିତ ଆଖିର ଦୃଶକ୍ତି ଶକ୍ତିକୁ ବଜାୟ ରଖିଥାଏ ।

ସୁସ୍ଥ ତ୍ବଚା : ସପେଟା ଖାଇବା ଦ୍ବାରା ଆମ ଚର୍ମକୁ ସୁସ୍ଥ ରଖେ । ସପେଟାରେ ଆଣ୍ଟିଅକ୍ସିଡେଣ୍ଟର ମାତ୍ରା ଭରପୁର ହୋଇ ରହିଥାଏ । ଏହା ଖାଇବା ଫଳରେ ତ୍ବଚାକୁ ଉଜ୍ବଳ କରିବା ସହ ଚର୍ମକୁ ସୁସ୍ଥ ରଖିଥାଏ ।

 

You Might Also Like

ମେ ୧୨ରୁ କାର୍ଯ୍ୟକ୍ଷମ ହେବ ନୂଆ ଭୁବନେଶ୍ୱର ଷ୍ଟେସନ

ଆଗାମୀ ୬ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ

ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ : ଆଇନ ମନ୍ତ୍ରୀ ପୃଥୀବିରାଜ ହରିଚନ୍ଦନ

ଆଜି ପ୍ରକାଶ ପାଇବ ସିବିଏସଇ ୧୦ମ ଏବଂ ଦ୍ଵାଦଶ ରେଜଲ୍ଟ

ଖରାଦିନେ ଫ୍ରିଜ୍ ପାଣି ନୁହେଁ ପିଅନ୍ତୁ ମାଟି ହାଣ୍ଡି ପାଣି, ଦେହକୁ ରଖିବ ସୁସ୍ଥ

TAGGED:#benefits#UTKALA KHABARChikooDaily lifestyle newsLifestyle newsSummer season
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?