Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଅବନୀତ୍‌ଙ୍କ ଫଟୋକୁ ଲାଇକ୍‌ କରି ଫସିଲେ ବିରାଟ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଅବନୀତ୍‌ଙ୍କ ଫଟୋକୁ ଲାଇକ୍‌ କରି ଫସିଲେ ବିରାଟ

utkala khabar
Last updated: May 5, 2025 11:46 am
utkala khabar
Published May 5, 2025
Share
SHARE

ମୁମ୍ବାଇ ୦୫/୪ : ଫସିଲେ ବିରାଟ କୋହଲି। ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଗୋଟିଏ ଲାଇକ ଯୋଗୁଁ ହଙ୍ଗାମା ।

ଆଉ ଏହା ପରେ କୋହଲି ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏକ ଷ୍ଟୋରୀ ପୋଷ୍ଟ କରି ସଫେଇ ଦେଇଛନ୍ତି । କହିଛନ୍ତି ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ଜାଣିଶୁଣି ଫଟୋଟିକୁ ଲାଇକ କରିନାହିଁ, ବରଂ ଏହା ଭୁଲରେ ହୋଇଯାଇଥିଲା।

ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହା ଉପରେ କୌଣସି ଭୁଲ ଧାରଣା ନ ରଖନ୍ତୁ। ମୋ କଥାକୁ ବୁଝିବା ପାଇଁ ଧନ୍ୟବାଦ।

ବିରାଟଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଜଣେ ଅଭିନେତ୍ରୀଙ୍କ ଫଟୋରେ ଲାଇକ ହୋଇଯାଇଥିଲା।

ଏହାପରେ ସୋସିଆଲ ମିଡିଆରେ ଚହଳ ପଡ଼ିଥିଲା। ଅଭିନେତ୍ରୀ ଅବନୀତ କୌର ଏପ୍ରିଲ ୩୦ରେ ତାଙ୍କ ଇନଷ୍ଟାଗ୍ରାମ ପେଜରେ କିଛି ଫଟୋ ପୋଷ୍ଟ କରିଥିଲେ। ଏଥିରେ ସେ ଏକ ଛୋଟ ସ୍କର୍ଟ ସହିତ ସବୁଜ ରଙ୍ଗର ଟପ ପିନ୍ଧି ନଜର ଆସୁଥିଲେ। ଅନେକ ଲୋକ ତାଙ୍କ ଫଟୋକୁ ଲାଇକ କରିଥିଲେ ।

କିନ୍ତୁ ଯେତେବେଳେ କୋହଲି ଏହି ଫଟୋକୁ ଲାଇକ କଲେ, ତେବେ ହଙ୍ଗାମା ସୃଷ୍ଟି ହେଲା। କାରଣ ମେ ୧ ତାରିଖରେ ଅନୁଷ୍କା ଶର୍ମାଙ୍କ ଜନ୍ମଦିନ ଥିଲା। ସେହି ଦିନ ବିରାଟ ଅବନୀତ କୌରଙ୍କ ଫଟୋକୁ ଲାଇକ କରିଥିଲେ, ଯାହାପରେ ଫ୍ୟାନମାନେ ତାଙ୍କୁ ଟ୍ରୋଲ କରିବାକୁ ଲାଗିଲେ।

ଏହାପରେ ବିରାଟ କୋହଲିଙ୍କୁ ସଫେଇ ଦେବାକୁ ପଡ଼ିଥିଲ। ପରେ କୋହଲି ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏକ ଷ୍ଟୋରୀ ପୋଷ୍ଟ କରି ଏହି ମାମଲାରୁ ପରଦା ଉଠାଇଥିଲେ।

You Might Also Like

ମୁଖ୍ୟମନ୍ତ୍ରୀମାନଙ୍କୁ କାହିଁକି ଏମିତି ନିର୍ଦ୍ଦେଶ ଦେଲେ ଅମିତ ଶାହ?

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ପର୍ଯ୍ୟଟକଙ୍କ ପତ୍ନୀ ଓ ପୁଅଙ୍କୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ

‘ଫେରି ଯାଇ ମୋଦିଙ୍କୁ କୁହନ୍ତୁ’ ,କାଶ୍ମୀରର ପହଲଗାମରେ ମୃତ ପର୍ଯ୍ୟଟକଙ୍କ ପତ୍ନୀଙ୍କୁ କହିଲେ ଆତଙ୍କବାଦୀ

କାଳବୈଶାଖୀ ପ୍ରଭାବ, ୧୭ ଯାଏଁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ଆଲର୍ଟ

ଆଜି ଏହି ରାଶିର ଲୋକଙ୍କ ମନ ଖୁସି ରହିବ

TAGGED:#UTKALA KHABARActressAvneet kaurIndian cricket team starInstagram Jackpotsocial media spotlight sinceSports NerwsVirat kohli
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?