ଆଇପିଏଲ ୦୮ /୦୪ : ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ମହେନ୍ଦ୍ର ସିଂହ ଧୋନୀ । ଏବେବି ଚଳିତ ଆଇପିଏଲ ସିଜିନରେ ବି ଜାରି ରହିଛି ଦବଦବା । ଅବସରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାକୁ ଧୋନୀ ନିଜେ ଏହି ଆଲୋଚନାର ଉତ୍ତର ନିଜ ଫ୍ୟାନଙ୍କୁ ଦେଇଛନ୍ତି । କ୍ରିକେଟର ଅନ୍ୟ ସମସ୍ତ ଫର୍ମାଟରୁ ଅବସର ନେଇ ସାରିଥିବା ଧୋନି ଏବେ କେବଳ ଆଇପିଏଲରେ ସକ୍ରିୟ । ଏହି ଆଇପିଏଲରୁ କେବେ ଅବସର ନେବେ ତାକୁ ନେଇ ଚଳିତ ସିଜିନ ଆରମ୍ଭରୁ ହିଁ ବିତର୍କ ଚାଲିଛି । ୨୦୨୫ରେ ଧୋନୀଙ୍କୁ ହେବ ୪୪ ବର୍ଷ ବୟସ । ଅବସରକୁ ନେଇ ନିଜେ ଧୋନି ଦେଇଛନ୍ତି ଇଣ୍ଟରଭିଉ । ଏକ ସାକ୍ଷାତକାରରେ ଅବସରକୁ ନେଇ ଧୋନୀ କହିଛନ୍ତି ଯେ “ଏବେ ନୁହେଁ, ମୁଁ ଗୋଟିଏ ସମୟରେ କେବଳ ଗୋଟିଏ କାମ କରେ, ବର୍ତ୍ତମାନ ଆଇପିଏଲ ଚାଲିଛି । ମୁଁ ଅଧିକ ଚିନ୍ତା କରେ ନାହିଁ, ବର୍ତ୍ତମାନର କାମକୁ ଗୁରୁତ୍ବ ଦେବା ଜରୁରୀ ।
ଭବିଷ୍ୟତ ବିଷୟରେ ଚିନ୍ତା କରେ ନାହିଁ ବୋଲି କହିଛନ୍ତି ଧୋନୀ । ଧୋନୀ କହିଛନ୍ତି ଯେ ମୁଁ ଏବେ ୪୩ ବର୍ଷ ବୟସର,ଜୁଲାଇରେ ୪୪ ବର୍ଷ ହେବ । ଏହା ପରେ ମୋ ପାଖରେ ଆଇପିଏଲ ରୁ ଅବସର ନେବା ପାଇଁ ଚିନ୍ତା କରିବାକୁ ମା ପାଖରେ ୧୦ ମାସ ସମୟ ରହିବ । ..ଏହି ସାକ୍ଷାତକାରରେ ଧୋନୀ ଗୋଟିଏ ଇସାରା ଦେଇଥିଲେ ଯେ ‘ଶରୀର ନିଷ୍ପତ୍ତି ନେବ’ । ନିକଟରେ ଏପରି ସମାନ ପ୍ରଶ୍ନ ମ୍ୟାଚ୍ ପରେ ଟ୍ରେନର ଷ୍ଟିଫେନ ଫ୍ଲେମିଂଙ୍କୁ ପ୍ରଶ୍ନ ପଚରାଯାଇଥିଲା।
ଫ୍ଲେମିଂ ବି କହିଥିଲେ ଯେ ଅବସର ବିଷୟରେ ତାଙ୍କର ଧୋନିଙ୍କ ସହ କୌଣସି ଆଲୋଚନା ହୋଇନାହିଁ। ଧୋନିଙ୍କ ଅବସର ସମ୍ପର୍କରେ ଫ୍ଲେମିଂ କହିଲେ ତାଙ୍କ ଅବସର ସଂପର୍କରେ ଭାବିବା ମୋର କାମ ନୁହେଁ । ମୁଁ ଧୋନିଙ୍କ ସହ କାମ କରି ଉପଭୋଗ କରୁଛି। ପ୍ରଦର୍ଶନକୁ ନେଇ ସେ ଏବେ ବି ଆଗୁଆ । ଗତ ଶନିବାର ଆଇପିଏଲ ୨୦୨୫ର ୧୭ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠାତ ମ୍ୟାଚରେ ଧୋନିଙ୍କ ପିତାମାତା, ପାନ ସିଂହ ଏବଂ ଦେବକୀ ଦେବୀଙ୍କ ଉପସ୍ଥିତି ତାଙ୍କ ଅବସରକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା ।