Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାରତୀୟ ଭାବେ IPLରେ ଦ୍ଵିତୀୟ ଦ୍ରୁତତମ ଶତକ ହାସଲ କଲେ ପ୍ରିୟାଂଶ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଭାରତୀୟ ଭାବେ IPLରେ ଦ୍ଵିତୀୟ ଦ୍ରୁତତମ ଶତକ ହାସଲ କଲେ ପ୍ରିୟାଂଶ

utkala khabar
Last updated: April 9, 2025 10:57 am
utkala khabar
Published April 9, 2025
Share
SHARE

ଚଣ୍ଡିଗଡ଼ ୦୯ /୦୪ : ପଞ୍ଜାବ କିଙ୍ଗ୍ସର ଯୁବ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ଆଇପିଏଲ୍‌ରେ ଧମାଲ କରିଛନ୍ତି। ସେ ଆଇପିଏଲ୍‌ର ୨୨ତମ  ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ମାତ୍ର ୩୯ ବଲ୍‌ରୁ ଶତକ ହାସଲ କରିଛନ୍ତି। ପ୍ରିୟାଂଶ ଚେନ୍ନାଇର ପ୍ରତିଟି ବୋଲରଙ୍କୁ ନିର୍ଧୁମ ପ୍ରହାର କରି ଛକା-ଚୌକା ବର୍ଷା କରିଛନ୍ତି। ସେ ଆର ଅଶ୍ଵିନ ହୁଅନ୍ତୁ କି ନୂର ଅହମ୍ମଦ ବା ମଥିଶା ପଥିରାନା ସବୁ ବୋଲରଙ୍କ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରିଛନ୍ତି। ହେଲେ ଶତକ ହାସଲ କରିବାର ଠିକ୍ ପରେ ବଡ ସଟ୍ ଖେଳିବା ପ୍ରୟାସରେ ନୂର ଅହମ୍ମଦଙ୍କ ବଲରେ ଆଉଟ୍ ହୋଇଥିଲେ ପ୍ରିୟାଂଶ ଆର୍ଯ୍ୟ।

ସେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଗୋଟିଏ ପଟେ ଲଗାତାର ଓ୍ଵିକେଟ୍ ଖସି ଚାଲିଥିଲେ ହେଁ ଅନ୍ୟ ପଟେ ପ୍ରିୟାଂଶଙ୍କ ବ୍ୟାଟ୍ ଥମିବାର ନାଁ ଧରି ନ ଥିଲା। ପ୍ରିୟାଂଶ ୧୯ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ବ୍ୟାଟର ୧୩ତମ ଓଭରରେ ନିଜର ଶତକ ପୂରଣ କରିଥିଲେ।। ଯେମିତି ଏହି ଯୁବ ବ୍ୟାଟର ଶତକ ପୂରା କଲେ ପଞ୍ଜାବର ସହ ମାଲିକାଣୀ ପ୍ରୀତି ଜିଣ୍ଟା ଖୁସିରେ ଝୁମି ଉଠିଥିଲେ। ପ୍ରିୟାଂଶ ୪୨ ବଲରୁ ୧୦୩ ରନ ଖେଳି ଆଉଟ୍ ହୋଇଥିଲେ। ତାଙ୍କର ଏହି ଶତକୀୟ ଇନିଂସରେ ନିଂସରେ ୯ ଛକା ଓ ୭ ଚୌକା ସାମିଲ୍।

କେବଳ ସେତିକି ନୁହେଁ ପ୍ରିୟାଂଶ ଭାରତୀୟ ବ୍ୟାଟର ଭାବେ ଆଇପିଏଲ୍‌ରେ ଦ୍ଵିତୀୟ ଦ୍ରୁତତମ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ୟୁସୁଫ ପଠାନ ମାତ୍ର ୩୭ ବଲ୍‌ରେ ଦ୍ରୁତତମ ଶତକ ହାସଲ କରିଥିଲେ। ୨୦୧୦ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୟୁସୁଫ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ରେକର୍ଡ ନିଜ ନାଁରେ କରିଥିଲେ।

ଆଇପିଏଲ୍ ଇତିହାସରେ ପ୍ରିୟାଂଶ ନବମ ଅନକ୍ୟାପଡ୍ ଖେଳାଳି ଭାବେ ଶତକ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ସନ ମାର୍ଶ, ମନୀଷ ପାଣ୍ଡେ, ପଲ୍ ବାଲଥାଟି, ଦେବଦତ୍ତ ପାଡିକଲ, ରଜତ ପାଟିଦାର, ଯଶସ୍ଵୀ ଜୟସ୍ଵାଲ ଓ ପ୍ରଭସିମରନ ସିଂ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପୂର୍ବରୁ ଆଇପିଏଲ୍‌ରେ ଶତକ ହାସଲ କରିଥିଲେ। ଏହି ବ୍ୟାଟରଙ୍କୁ ୨୦୨୪ ମେଗା ନିଲାମରେ ପଞ୍ଜାବ କିଙ୍ଗ୍ସ ୩.୮ କୋଟିରେ ନିଜ ଦଳରେ ସାମିଲ କରିଥିଲା।

୨୪ ବର୍ଷୀୟ ଏହି ବ୍ୟାଟର ଚଳିତ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ରେ ୪୭ ରନ କରିଥିବା ବେଳେ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ୮ ରନ ଓ ୦ ରନ କରିଥିଲେ। ତେବେ ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ପ୍ରିୟାଂଶ ଆର୍ଯ୍ୟ ଭାରତୀୟ ଅନକ୍ୟାପଡ ବ୍ୟାଟର ଭାବେ ଆଇପିଏଲ୍ ଇତିହାସରେ ଦ୍ରୁତତମ ଶତକ ହାସଲ କରିଛନ୍ତି। ଅନକ୍ୟାପଡ ଖେଳାଳି ଭାବେ ତାଙ୍କ ପରେ ଅଛନ୍ତି ରଜତ ପାଟିଦାର। ସେ ଆଇପିଏଲ୍ ୨୦୨୨ରେ ୪୯ ବଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଶତକ ପୂରା କରିଛନ୍ତି।

କିଏ ଏହି ପ୍ରିୟାଂଶ ଆର୍ଯ୍ୟ ?

ପ୍ରିୟାଂଶ ପ୍ରଥମ ଥର ଦିଲ୍ଲୀ ପ୍ରିମିୟର ଲିଗ୍‌(DPL)ରେ ଲୋକଲୋଚନକୁ ଆସିଥିଲେ। ସେ ଗତ ବର୍ଷ ଡିପିଏଲରେ ଗୋଟିଏ ଓଭରରେ ଛଅ ଛକା ମାରି ସଭିଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ତାଙ୍କର ବିସ୍ଫୋରକ ବ୍ୟାଟିଂ ବଳରେ ସାଉଥ ଦିଲ୍ଲୀ ୨୦ ଓଭରରେ ନର୍ଥ ଦିଲ୍ଲୀ ବିପକ୍ଷରେ ୮ ଓ୍ଵିକେଟ୍ ହରାଇ ୩୦୮ ରନ କରିଥିଲା।

୨୦୨୪ ଡିପିଏଲରେ ପ୍ରିୟାଂଶ ସର୍ବାଧିକ ରନ ହାସଲକାରୀ ବ୍ୟାଟର ଥିଲେ। ସେ ୧୦ଟି ମ୍ୟାଚ୍‌ରେ ୬୦୦ ରନ କରିଥିଲେ। ଘରୋଇ କ୍ରିକେଟ୍‌ରେ ଦିଲ୍ଲୀ ପକ୍ଷରୁ ୧୧ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୨୩-୨୪ରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ଦିଲ୍ଲୀ ପକ୍ଷରୁ ସର୍ବାଧିକ ୨୨୨ ରନ କରିଥିଲେ।

 

 

You Might Also Like

ଏହି କାରଣରୁ ଭାରତ ଛାଡ଼ି ଲଣ୍ଡନରେ ରହୁଛନ୍ତି ବିରୁଷ୍କା

ଚହଲଙ୍କୁ ପ୍ରଶଂସାରେ ପୋତି ପକାଇଲେ ଆରଜେ ମହବେଶ

ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଲା

ବିରାଟଙ୍କ ହାତ ଏଡାଇ ଚାଲିଗଲେ ଅନୁଷ୍କା, ଭିଡିଓ ହେଲା ଭାଇରାଲ

ପ୍ରଥମ ସୁପର ଓଭରରେ ବାଜି ମାରିଲା ଦିଲ୍ଲୀ, ରାଜସ୍ଥାନର ପଞ୍ଚମ ପରାଜୟ

TAGGED:#chandigard#Chennai Super Kings#ipl 2025#ipl match#priyansh arya#Punjab Kings
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?