Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କୋହଲି ଓ ସଲ୍ଟଙ୍କ ଅର୍ଦ୍ଧଶତକ ବଳରେ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

କୋହଲି ଓ ସଲ୍ଟଙ୍କ ଅର୍ଦ୍ଧଶତକ ବଳରେ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ

utkala khabar
Last updated: April 15, 2025 12:10 pm
utkala khabar
Published April 15, 2025
Share
SHARE

ଜୟପୁର ୧୫/୦୪: ରୟାଲ୍ସ ଲଢ଼େଇରେ ବାଜି ମାରିଲା କୋହଲିଙ୍କ ଟିମ୍ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଜି ୯ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି । ଆଇପିଏଲର ଏହି ମ୍ୟାଚରେ ଆଜି ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୪ ୱିକେଟରେ ୧୭୩ ରନ୍ ସ୍କୋର କରିଥିଲା । ଯୁବ ଓପ୍ନର ଯଶସ୍ବୀ ଜୟସ୍ବାଲ ୪୭ ବଲରୁ ୭୫ ରନ୍ (୧୦ ଚୌକା ଓ ୨ ଛକା), ରିୟାନ ପରାଗ ୩୦, ଧ୍ରୁବ ଜୁରେଲ ୩୫ ରନ୍ କରିଥିଲେ ।

ପରେ ବେଙ୍ଗାଲୁରୁ ଦଳ ୧୭.୩ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା । ଓପ୍ନର ଫିଲିପ ସଲ୍ଟ ମାତ୍ର ୩୩ ବଲରେ ୫ଟି ଚୌକା ଓ ୬ଟି ଛକା ମାରି ୬୫ ରନ୍ କରିଥିଲେ । କୋହଲିଙ୍କ ସହ ପ୍ରଥମ ୱିକେଟରେ ସଲ୍ଟ ୯୨ ରନ୍ ଯୋଡ଼ିଥିଲେ । ସେ ଆଉଟ୍ ହେବା ପରେ କୋହଲି ଓ ଦେବଦତ୍ତ ପଡିକଲ ଅପରାଜିତ ରହି ବାକି କାମ ସାରି ଦେଇଥିଲେ । କୋହଲି ୪୫ ବଲରେ ୬୨ ରନ୍ (୪ ଚୌକା, ୨ ଛକା) ଏବଂ ପଡିକଲ ୨୮ ବଲରେ ୪୦ ରନ୍ (୫ ଚୌକା, ୧ ଛକା) କରିଛନ୍ତି ।

ଏହି ମ୍ୟାଚ୍ ପରେ ବେଙ୍ଗାଲୁରୁ ମୋଟ ୬ଟି ମ୍ୟାଚ୍ ଖେଳି ୪ଟି ବିଜୟ ଓ ୨ଟି ପରାଜୟ ସହ ୮ ପଏଣ୍ଟ ପାଇ ୩ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୨ଟି ବିଜୟ ଓ ୪ଟି ପରାଜୟ ସହ ୪ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି ।

You Might Also Like

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ

ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନରେ କୁଲଦୀପଙ୍କଠୁ ଚାପୁଡା ଖାଇଲେ ରିଙ୍କୁ ସିଂ

ବେଙ୍ଗାଲୁରୁ ଘଟଣାରେ ସାମ୍ନାକୁ ଆସିଲା ବିରାଟଙ୍କ ପ୍ରତିକ୍ରିୟା, ‘ମୁଁ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଛି’

ଶୁଭମନ-ସାରା କାହା ପାଇଁ ଅଲଗା ହେଲେ

ଜସ୍ମିନଙ୍କ ପ୍ରେମରେ ହାର୍ଦ୍ଦିକ ଉବୁଟୁବୁ ! ମୁମ୍ବାଇ ଇଣ୍ଡିଆନ୍ସ ବସରେ ନଜର ଆସିଲେ ଜସ୍ମିନ

TAGGED:#royal challengers bengaluruIndian Premier League 2025Ipl2025Sports NewsUtkala News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?