Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମାରୁତି ଲଞ୍ଚ କରିବାକୁ ଯାଉଛି ହାଇବ୍ରିଡ୍ କାର, ଜାଣନ୍ତୁ ଏହାର ଦାମ କେତେ ?
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ମାରୁତି ଲଞ୍ଚ କରିବାକୁ ଯାଉଛି ହାଇବ୍ରିଡ୍ କାର, ଜାଣନ୍ତୁ ଏହାର ଦାମ କେତେ ?

utkala khabar
Last updated: May 5, 2025 11:10 am
utkala khabar
Published May 5, 2025
Share
SHARE

ଭାରତରେ ଲଞ୍ଚ ହେବାକୁ ଯାଉଛି ସବୁଠାରୁ ଶସ୍ତା ମାରୁତି ସୁଜୁକି  ଯାହାକି ଅଧିକ  ଲୋକପ୍ରିୟ । କମ୍ପାନୀ ସବୁ ବର୍ଗ ଲୋକଙ୍କ ପାଇଁ କମ ଦାମ ରଖିଛି । ଏବେ କମ୍ପାନୀ ଇଲେକ୍ଟ୍ରିଫିକେସନ ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଏବଂ ଭାରତର ସବୁଠାରୁ ଶସ୍ତା ହାଇବ୍ରିଡ୍ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ।  ଏହି ଆଗାମୀ ହାଇବ୍ରିଡ୍ କାର ବିଷୟରେ ବିସ୍ତୃତ ଭାବରେ ଜାଣିବା । ଏପର୍ଯ୍ୟନ୍ତ, ମାରୁତି ଟୟୋଟାରୁ ଟେକ୍ନୋଲୋଜି ଆଇଡିଆ ନେଇ ହାଇବ୍ରିଡ୍ ମଡେଲ୍ ଉପସ୍ଥାପନ କରୁଥିଲା ।

କିନ୍ତୁ ଏବେ ମାରୁତି ନିଜର ସ୍ୱଦେଶୀ ହାଇବ୍ରିଡ୍ ପାୱାରଟ୍ରେନ୍ ବିକଶିତ କରୁଛି । ଯାହା ଅଧିକ ନିର୍ଭରଯୋଗ୍ୟ, ଶସ୍ତା ଏବଂ ମେଣ୍ଟେନାନ୍ସ ଭଲ ରହିବ। ଏହି ପାୱାରଟ୍ରେନକୁ  ପ୍ରଥମେ ମାରୁତି ଫ୍ରଣ୍ଟେକ୍ସରେ ସାମିଲ କରାଯିବ ଏବଂ ତା’ପରେ ଏହାକୁ ସ୍ୱିଫ୍ଟ, ବାଲେନୋ, ବ୍ରେଜା ଭଳି ଲୋକପ୍ରିୟ ମଡେଲରେ ମଧ୍ୟ ପ୍ରଚଳନ କରାଯିବ । ଫ୍ରଙ୍କକ୍ସ ହାଇବ୍ରିଡ୍ ୨୦୨୬ ମସିହାରେ ଲଞ୍ଚ ହୋଇପାରେ ।

ଇଞ୍ଜିନ ଏବଂ ପାୱାରଟ୍ରେନ୍

ମାରୁତି ଦ୍ୱାରା ବିକଶିତ ନୂଆ ହାଇବ୍ରିଡ୍ ପାୱାରଟ୍ରେନ୍ ୧.୨-ଲିଟର Z12E ପେଟ୍ରୋଲ୍ ଇଞ୍ଜିନ୍ ଏବଂ ଇଲେକ୍ଟ୍ରିକ୍ ମୋଟରର ମିଶ୍ରଣ ସହିତ ସଜ୍ଜିତ ହେବ । ଯାହା ଯୋଗୁଁ କାରଟି ପ୍ରତି ଲିଟରରେ ପ୍ରାୟ ୩୫ କିଲୋମିଟର ମାଇଲେଜ୍ ଦେଇପାରିବ । ଏହି ମାଇଲେଜ୍ ଏହାକୁ ଦେଶର ସବୁଠାରୁ କମ ଖର୍ଚ୍ଚାନ୍ତ ହାଇବ୍ରିଡ୍ କାର କରିପାରିବ । ଏପର୍ଯ୍ୟନ୍ତ ଏତେ ଭଲ ମାଇଲେଜ୍ କେବଳ ପ୍ରିମିୟମ୍ ସେଗମେଣ୍ଟ୍ ଯାନରେ ଉପଲବ୍ଧ ଥିଲା, କିନ୍ତୁ ମାରୁତି ଏହାକୁ ସାଧାରଣ ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛି ।

ଡିଜାଇନ୍ ଏବଂ ଫିଚର୍ସ

ଡିଜାଇନ୍ ଏବଂ ଫିଚର୍ସ ଦୃଷ୍ଟିରୁ ମଧ୍ୟ ଫ୍ରଙ୍କକ୍ସ ହାଇବ୍ରିଡରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହାର ଏକ୍ସଟେରିୟର ପୂର୍ବ ଅପେକ୍ଷା ଷ୍ଟାଇଲିସ୍, କିନ୍ତୁ ହାଇବ୍ରିଡ୍ ଭର୍ସନରେ “ହାଇବ୍ରିଡ୍” ବ୍ୟାଜିଂ ଏବଂ ଏକ ରିଫ୍ରେସ୍ଡ ଫ୍ରଣ୍ଟ ଲୁକ୍ ସମେତ ସାମାନ୍ୟ କସମେଟିକ୍ ପରିବର୍ତ୍ତନ ଆସିବାର ଆଶା କରାଯାଉଛି । ଇଣ୍ଟେରିୟରରେ ନୂଆ ଥିମ୍, ବଡ଼ ଟଚସ୍କ୍ରିନ୍ ଡିସପ୍ଲେ, ADAS (ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍), ଆଡଭାନ୍ସ ସାଉଣ୍ଡ ଇନସୁଲେସନ୍ ଏବଂ ଅପଡେଟେଡ୍ ଡିଜିଟାଲ୍ ଇନ୍ଷ୍ଟରୁ ମେଣ୍ଟ କ୍ଲଷ୍ଟର ଭଳି ଫିଚର୍ସ ଯୋଡା ଯାଇପାରିବ ।

ଯାହା ଏହାକୁ ଟେକ୍ନୋଲୋଜି ଦୃଷ୍ଟିରୁ ଆଡଭାନ୍ସ ଏବଂ ୟୁଜର୍ସ ଏକ୍ସପେରି ଏନ୍ସ ଦୃଷ୍ଟିରୁ ଉନ୍ନତ କରିବ । ଭାରତରେ ହାଇବ୍ରିଡ୍ ଟେକ୍ନୋଲୋଜି ଗ୍ରହଣ କରିବା ଏକ ବଡ଼ ପଦକ୍ଷେପ ହେବ । ବିଶେଷକରି ଏପରି ଏକ ବଜାରରେ ଯେଉଁଠାରେ ଇନ୍ଧନ ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ହାଇବ୍ରିଡ୍ କାରଗୁଡ଼ିକ ଇଲେକ୍ଟ୍ରିକ ଗାଡ଼ି ତୁଳନାରେ ଅଧିକ ରେଞ୍ଜ ପ୍ରଦାନ କରେ । ଏହା ଚାର୍ଜିଂ ଆବଶ୍ୟକ କରେ ନାହିଁ ଏବଂ ଚଲାଇବା ପାଇଁ ଅଧିକ ଶସ୍ତା ଏବଂ ସୁବିଧାଜନକ ।

 

You Might Also Like

୬୦୦ କର୍ମଚାରୀଙ୍କୁ ଛଟେଇ କଲା ଜମାଟୋ, ବିନା ନୋଟିସ୍‌ରେ ବିଦା କରିବାରୁ କର୍ମଚାରୀ ଅସନ୍ତୋଷ

ଫ୍ରାନସ ଠାରୁ ୨୬ଟି ରାଫେଲ କିଣିବ ଭାରତ, ୬୩ ହଜାର କୋଟିର ଡିଲ

ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Tata Nanoର ଇଲେକ୍ଟ୍ରିକ୍ କାର୍

୧୦ ବର୍ଷର ପିଲା ଅପରେଟ୍ କରିପାରିବେ ନିଜର ବ୍ୟାଙ୍କ ଆକାଉଣ୍ଟ

ଭାରତ ଟେଷ୍ଟ ମାନ୍ୟତାରେ ଚତୁର୍ଥ ସ୍ଥାନକୁ ଖସିଲା

TAGGED:#india#priceBusiness newsCar launchedFeaturesHybrid cars
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?