Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ ଦମ୍ପତି, ୧୦ ଦିନ ପରେ ମିଳିଲା ସ୍ୱାମୀଙ୍କ ମୃତଦେହ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ ଦମ୍ପତି, ୧୦ ଦିନ ପରେ ମିଳିଲା ସ୍ୱାମୀଙ୍କ ମୃତଦେହ

utkala khabar
Last updated: June 11, 2025 11:32 am
utkala khabar
Published June 11, 2025
Share
SHARE

ଇନ୍ଦୋର ୧୧ /୬ : ହନିମୁନ୍ ପାଇଁ ଯାଇଥିଲେ ହେଲେ ଫେରିଲା ମୃତଦେହ । ଏପଟେ ପତ୍ନୀଙ୍କର ମିଳୁନି ଖୋଜ ଖବର । ଏଭଳି ଏକ ଘଟଣା ଯାହା ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଇନ୍ଦୋରର ଏକ ଦମ୍ପତି ହନିମୁନ୍ ପାଇଁ ମେଘାଳୟ ଯାଇଥିବା ବେଳେ ତାଙ୍କ ସହ କ’ଣ ଘଟିଲା ତାହା ଏବେ ରହସ୍ୟ ଘେରରେ । ଆମେ କହୁଛୁ ଇନ୍ଦୋରର ନବଦମ୍ପତ୍ତି ରାଜ୍ ରଘୁବଂସୀ ଓ ସୋନମ୍ । ଏବେ ଏହି ଖବର ଚାରିଆଡେ ବେଶ ଚର୍ଚ୍ଚାରେ ରହିଛି । ବାହାଘର ପରେ ଦୁହେଁ ନିଜର ହନିମୁନ୍ ପାଇଁ ଗତ ମେ ୨୦ରେ ମେଘାଳୟ ଯାଇଥିଲେ ।

ମେ ୧୧ରେ ସୋନମଙ୍କୁ ବିବାହ କରିଥିଲେ ଇନ୍ଦୋରର ରାଜା ରଘୁବଂଶୀ । ପରିବାରର ସହମତିରେ ଉଭୟଙ୍କ ବାହାଘର ହୋଇଥିଲା । ଆଉ ବିବାହର ମାତ୍ର ୯ ଦିନ ପରେ ଏହି ନବବିବାହିତ ଦମ୍ପତ୍ତି ହନିମୁନ୍ ପାଇଁ ଯାଇଥିଲେ ମେଘାଳୟ । ମେ ୨୦ରେ ଗୌହାଟୀର କାମାକ୍ଷା ମନ୍ଦିର ଦର୍ଶନ କରି ସେଠାରୁ ସିଲଂ ବାହାରି ଯାଇଥିଲେ ଦମ୍ପତି । କିନ୍ତୁ ସିଲଂରେ ପହଞ୍ଚିବାର ୪୮ ଘଣ୍ଟା ପରେ ରହସ୍ୟମୟ ଭାବେ ନିଖୋଜ ହୋଇଗଲେ ସ୍ୱାମୀ ସ୍ତ୍ରୀ । ମେ ୨୩ ଦିନ ଶେଷ ଥର ପାଇଁ ବୋହୂ ସୋନମ୍ ନିଜ ଶାଶୁଙ୍କ ସହ କଥା ହୋଇଥିଲେ ।

ଏହାପରେ ହଠାତ ଉଭୟଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ସନ୍ଦେହ ହେବାରୁ ପରିବାର ସଦସ୍ୟ ସିଲଂରେ ପହଞ୍ଚି ଥାନାର ଦ୍ୱାରସ୍ଥ ହୋଇଥିଲେ । ଯାହାପରେ ନିଖୋଜ ରାଜା ଓ ସୋନମଙ୍କୁ ଖୋଜିବାକୁ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଉ ତଦନ୍ତ ପରେ ସାମ୍ନାକୁ ଆସିଥିଲା ଅନେକ ରହସ୍ୟମୟ ତଥ୍ୟ । ମେ’ ୨୪ ତାରିଖ ଦିନ ରାତିରେ ସେଠାକାର ଏକ ରାସ୍ତା କଡ଼ରୁ ଯାହାକୁ ରାଜା ଭଡ଼ାରେ ନେଇଥିବା ଏକ ସ୍କୁଟି ଜବତ ହୋଇଥିଲା । ପରେ ଜଙ୍ଗଲରୁ ୨ଟି ବ୍ୟାଗ୍ ମିଳିଥିଲା ।

ଏହି ବ୍ୟାଗ୍ ସୋନମ୍ ଓ ରାଜାଙ୍କର ହୋଇଥିବା ଚିହ୍ନଟ କରିଥିଲେ ପରିବାର ଲୋକେ । ଯାହାପରେ ଡ୍ରୋନ୍ ଯୋଗେ ଉଭୟଙ୍କୁ ଖୋଜିଥିଲା ପୋଲିସ । ନିଖୋଜ ହେବାର ୧୦ ଦିନ ପରେ ଅର୍ଥାତ ଜୁନ ୨ ତାରିଖରେ ଜଙ୍ଗଲର ଖାତରୁ ରାଜାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହର ଅବସ୍ଥା ବହୁତ ଖରାପ ଥିଲା ଏବଂ ରାଜାଙ୍କ ସୁନା ମୁଦି ଏବଂ ଚେନ୍ ଗାଏବ ଥିଲା, ଯାହା ଫଳରେ ଡକାୟତି ଏବଂ ହତ୍ୟାର ସମ୍ଭାବନା ସୃଷ୍ଟି ହୋଇଥିଲା । କିନ୍ତୁ ଏଯାଏଁ ସୋନମଙ୍କ ଖୋଜ ଖବର ମିଳିପାରୁନି ।

ଏପଟେ ସ୍ଥାନୀୟ ଲୋକେ ରାଜା ଓ ସୋନମଙ୍କ ଏକ ବଡ଼ ପୋଷ୍ଟର ଘରେ ଲଗାଇ ’ ମୁଁ ମରିନି ମୋତେ ମାରିଦିଆଯାଇଛି ’ ବୋଲି ଲେଖିବା ସହ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି । ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏଭଳି ଘଟଣା ପୁରା ନୂଆ ବୋଲି କହିଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ କେ ସାଙ୍ଗମା । ତେବେ ଏହି ଘଟଣାର ତଦନ୍ତ ପରେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ପ୍ରକୃତରେ ରାଜାଙ୍କ ମୃତ୍ୟୁ କେମିତି ହେଲା ଅନ୍ୟପଟେ ପତ୍ନୀ ସୋନମ ନିଖୋଜ ଯାହାକୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ ।

You Might Also Like

୩ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ

LOCରେ ପାକିସ୍ତାନର ଗୁଳିମାଡ଼, ମୁହଁତୋଡ ଜବାବ ଦେଲା ଭାରତୀୟ ସେନା

CBSE ବୋର୍ଡ ପରୀକ୍ଷାରେ ଫେଲ୍‌ ହେଲେ ବୈଭବ ସୂର୍ଯ୍ୟବଂଶୀ

ଆଜି ପ୍ରକାଶ ପାଇବ ସିବିଏସଇ ୧୦ମ ଏବଂ ଦ୍ଵାଦଶ ରେଜଲ୍ଟ

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଲଗାଇଦେଲେ ନିଆଁ, ଛକର ନାଁକୁ ନେଇ ଥିଲା ବିବାଦ

TAGGED:#UTKALA KHABARCouple missingIndoreMeghaya
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?