Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବିସିସିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ସହାୟକ କୋଚ୍ ସମେତ ୩ ଜଣ ଟିମରୁ ବିଦା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ବିସିସିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ସହାୟକ କୋଚ୍ ସମେତ ୩ ଜଣ ଟିମରୁ ବିଦା

utkala khabar
Last updated: April 17, 2025 1:23 pm
utkala khabar
Published April 17, 2025
Share
SHARE

ବିସିସିଆଇ ୧୭/୦୪ :ଚଳିତବର୍ଷ ବର୍ଡର ଗାଭାସ୍କର ଟ୍ରଫି ସିରିଜ ଭାରତ ହାରିବା ପରେ ବିସିସିଆଇ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି । ଡ୍ରେସିଂ ରୁମରୁ କଥାବାର୍ତ୍ତା ଲିକ୍ ହେବା ଯୋଗୁଁ ବିସିସିଆଇ ଟିମ୍ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟରଙ୍କୁ ବିଦା କରିଛି । ତାଙ୍କ କାର୍ଯ୍ୟକାଳ ୮ ମାସ ପୂର୍ବରୁ ଆରମ୍ଭ ହୋଇଥିଲା । ବର୍ଡର ଗାଭାସ୍କର ଟ୍ରଫି ସିରିଜ ହାରିବା ପରେ ବିସିସିଆଇ ରିଭ୍ୟୁ ମିଟିଂ କରିଥିଲା, ଏଥିରେ ଟିମ୍ ମ୍ୟାନେଜମେଣ୍ଟର ଜଣେ ସଦସ୍ୟ ଅଭିଯୋଗ କରିଥିଲେ କି, ଡ୍ରେସିଂ ରୁମରୁ କଥା ବାହାରକୁ ଯାଉଛି ।

ଖବର ମୁତାବକ, ଟିମ୍ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟରଙ୍କ ବ୍ୟତୀତ ଫିଲ୍ଡିଂ କୋଚ ଟି ଦିଲ୍ଲୀପ ଏବଂ ଟ୍ରେନର ସୋହମ ଦେଶାଇଙ୍କୁ ମଧ୍ୟ ବିଦା କରାଯାଇଛି । ନାୟରଙ୍କ ସ୍ଥାନରେ ଟିମରେ କାହାକୁ ନିଯୁକ୍ତି ମିଳିବ ତାହାକୁ ନେଇ ଚର୍ଚ୍ଚା । ତେବେ ଟି ଦିଲ୍ଲୀପଙ୍କ କାମ ଆସିଷ୍ଟାଣ୍ଟ କୋଚ ରିୟାନ ଟେନ ଡିସ୍କାଟେ କରିବେ । ଟ୍ରେନର ସୋହମ ଦେଶାଇଙ୍କ ସ୍ଥାନରେ ଏଡ୍ରିଅନ ଲି ରୁ ନେବେ । ସେ ଏବେ ଆଇପିଏଲରେ ପଞ୍ଜାବ କିଙ୍ଗସ ଟିମ୍ ସହିତ ଜଡିତ ରହିଛନ୍ତି ।

ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆ ୧-୩ରେ ହାରିଥିଲା । ଏହି ସିରିଜ ପରେ ଅଶ୍ବିନ ହଠାତ୍ ସନ୍ନ୍ୟାସ ନେଇଥିଲେ । ରୋହିତ ଶର୍ମା ସିଡନୀ ଟେଷ୍ଟରୁ ବାଦ୍ ପଡିଥିଲା । ଏହାପରେ ଟିମରେ ସବୁକିଛି ଠିକ୍ ନାହିଁ ବୋଲି ଅନୁମାନ କରାଯାଉଥିଲା । ଭାରତୀୟ ଡ୍ରେସିଂ ରୁମରୁ ଖବର ବାହାରକୁ ଯାଉଛି ବୋଲି ଚର୍ଚ୍ଚା ଚାଲିଥିଲା । ଏହାକୁ ନେଇ ଜଣେ ସଦସ୍ୟ ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ ।

You Might Also Like

ଶୁଭମନ-ସାରା କାହା ପାଇଁ ଅଲଗା ହେଲେ

ସାରାଙ୍କୁ ମିଳିଗଲା ନୂଆ ବୟଫ୍ରେଣ୍ଡ

ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କଲା ପଞ୍ଜାବ

୨୬ ରନ କରି ଇତିହାସ ରଚିଲେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା

ବିରାଟଙ୍କ ସହ ବିବାଦ ମଧ୍ୟରେ ରାହୁଲଙ୍କୁ ଅନ୍‌ଫଲୋ କଲେ ଚହଲ-ପାଣ୍ଡ୍ୟା

TAGGED:#sportsAbishek NayarAnti-Corruption Security UnitBatting coachBCCI RemoveSoham DesaiSports NewsT DilipTeam india
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?